ଜବତ ଗାଡ଼ିକୁ ଛାଡ଼ିବା ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡିଲେ ଦୁଇ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୨/୦୯:  ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ନେବାବେଳେ ପୋଲିସକୁଡ଼ିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ଅଧିକାରୀ ତଥା SI ରଘୁନାଥ ହାଂସଦା ଓ ASI ଶିବପ୍ରସାଦ ଦଳେଇଙ୍କୁ ଧରିଛି ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ଜଣେ ବ୍ୟକ୍ତିଙ୍କ ବାଇକକୁ ଛାଡ଼ିବା ପାଇଁ ଉଭୟେ ୪ ହଜାର ଟଙ୍କା ମାଗିଥିଲେ। ଆଉ ଟଙ୍କା ନେବାବେଳେ ପୂର୍ବରୁ ସୂଚନା ପାଇଥିବା ଭିଜିଲାନ୍ସ ପହଞ୍ଚି ମାଡ଼ିବସିଥିଲା। ତା’ସହ ଲାଞ୍ଚ ଟଙ୍କାକୁ ଜବତ କରିଥିଲା। ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭିଜିଲାନସ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *