ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ,୨ ପାଇଲଟ ଗୁରୁତର

ଜାମ୍ମୁ କାଶ୍ମୀର, ୨୧/୯: ଜମ୍ମୁ-କଶ୍ମୀରର ଉଦାମପୁରଠାରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ସୂଚନା ମିଳିଛି । ସୂଚନା ମୁତାବକ ପାଟନିଟୋପ୍‌ ଅଞ୍ଚଳରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡ଼ିଥିଲା। ଏହାପରେ ପ୍ରବଳ କୁହୁଡ଼ି ଯୋଗୁ ହେଲିକପ୍ଟରଟିକୁ ଖୋଜିବା ଭାରତୀୟ ସେନା ପାଇଁ କଷ୍ଟକର ହୋଇପଡ଼ିଥିଲା। କିନ୍ତୁ ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟରରୁ ପାଇଲଟ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତି କରିଥିଲେ। ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି ।