ରାଜଧାନୀରୁ ୨ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର, ୧୪/୭: ରାଜଧାନୀ ଭୁବନେଶ୍ୱରରେ ଦିବାକୁ ଦିନ ଚୋରି,  ଡକାୟତି ଓ ଏପରିକି ନିଶାଦ୍ରବ୍ୟ ଚୋରା ଚାଲାଣ ବଢ଼ିବାରେ ଲାଗିଛି। କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଏହାରିମଧ୍ୟରେ ଆଜି ପୋଲିସ ହାତରେ ଧରାପଡିଛି  ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱରରୁ ୨ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ୨ ବେପାରୀଙ୍କଠାରୁ ୫୫୦ ଗ୍ରାମ ବ୍ରାଉନସୁଗାର ଓ ନଗଦ ୩୪ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ଏହାସହ ଗୋଟିଏ କାର ସହ ୨ଟି ବାଇକ୍ ମଧ୍ୟ ଜବତ ହୋଇଛି। ବ୍ରାଉନସୁଗାର କାରବାରରେ  ଜଣେ ମହିଳା ସାମିଲ ଥିବା ସୂଚନା ମିଳିଛି।