କୋଭିଡ ବିରୋଧୀ ଲଢେଇରେ ସାମିଲ ହେଲା ଆଉ ଦୁଇ ଭ୍ୟାକ୍ସିନ

ନୂଆଦିଲ୍ଲୀ, ୨୮/୧୨: ଦେଶରେ ଏବେ କରୋନା ସ୍ଥିତି ଟିକେ ସୁଧାର ଆସିବ ବେଳେ ଏବେ ଓମିକ୍ରନ ର ଭୟ ଘାରିଛି। ଏହାରିମଧ୍ୟରେ କୋଭିଡ୍ ବିରୋଧୀ ଲଢ଼େଇରେ ଆଉ ଏକ ସଫଳତା ମିିଳିଛି। Covovax ଓ Corbevax ଭ୍ୟାକ୍ସିନର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହାସହ ଆଣ୍ଟି ଭାଇରାଲ୍‌ ଡ୍ରଗ୍ Molnupiravirର ଜରୁରୀ ବ୍ୟବହାର ପାଇଁ
ମଧ୍ୟ ଅନୁମତି ମିଳିଛି। CDSCOର ଅନୁମତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।