ପୋଲ ତଳକୁ ଖସି ପିଡ଼ିଲା ଟ୍ରକ, ୨ମୃତ

ଭୁବନେଶ୍ୱର,୨୦/୦୯: ଜାତୀୟ ରାଜପଥ ୪୯ର ସଡକରେ  ଦୁର୍ଘଟଣା ଘଟିଛି। କେନ୍ଦୁଝର କାଇପୁରରେ ଏହି ଅଭାବନିୟ ଘଟଣା ଘଟିିିଛି। ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ପୋଲ ତଳକୁ ଖସି ପିଡ଼ିବାରୁ ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  ପୋଲିସ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଡ୍ରାଇଭର ଏବଂ ହେଲପର ପରିଚୟ ମିଳିନାହିଁ ।