ଟ୍ୱିଟରରେ ବ୍ଲୁଟିକ୍ ପାଇଥିବା ୟୁଜର୍ସ ମାନେ ଗଣିବେ ଟଙ୍କା, ଜାଣନ୍ତୁ ମାସକୁ କାହା ପାଇଁ କେତେ?

ଭୁବନେଶ୍ବର,୯/୨ : ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟର ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡିବ । ତାହା ବି ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡିବ ।

ଭାରତରେ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ୍ ପାଇଁ ୟୁଜର୍ସଙ୍କୁ ୬୫୦ଟଙ୍କା ପ୍ରତି ମାସ ଦେବାକୁ ପଡିବ । ଏହି ଶୁଳ୍କ କେବଳ ୱେବ୍ ୟୁଜର୍ସଙ୍କ ପାଇଁ ଲାଗୁ ହେଉଥିବା ବେଳେ ମୋବାଇଲ୍ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି । ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡିବ । ଏଲନ୍ ମସ୍କ ଗତ ବର୍ଷ ୪୪ ବିଲିୟନ୍ ଡଲାର୍ ଦେଇ ଟ୍ୱିଟରକୁ କିଣିଥିଲେ । ଏହାପରେ ମାଇକ୍ରୋ ବ୍ଲଗିଂ ଆପ ଟ୍ୱିଟରରେ ଅନେକ ପରିବର୍ତ୍ତନ କରିଛନ୍ତି ଏଲନ୍ ମସ୍କ । ପୂର୍ବରୁ ମଧ୍ୟ ଏଲନ ମସ୍କ ବ୍ଲୁ-ଟିକ୍ ପାଇଁ ଆଗକୁ ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରିଥିଲେ । ଯାହା ଏବେ ଲାଗୁ ହୋଇଛି ।