ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ହଟିବ ପ୍ରତିବନ୍ଧକ !

ୱାସିଂଟନ,୧୧/୫ : କିଛିଦିନ ତଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍ କରାଯାଇଥିଲା । ହେଲେ ଏବେ  ତାଙ୍କ ଆକାଉଣ୍ଟ ଉପରେ ଲଗାଯାଇଥିବା ବ୍ୟାନକୁ ହଟାଯିବ ।  ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍ ଲଗାଇବା ମୁର୍ଖତା ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି  ପ୍ରତିବନ୍ଧକ ଲାଗିବା ପାଇଁ ଠୋସ୍ କାରଣ ଆବଶ୍ୟକ ରହିଛି । କାହା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲାଗିବା ଉଚିତ ନୁହେଁ । ପ୍ରେସ କନଫରେନ୍ସରେ ନିଷ୍ପତ୍ତିକୁ ସେ ଏବେ ବଦଳାଇବାକୁ ଯାଉଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ପୂର୍ବରୁ ଟ୍ରମ୍ପ କହିଥିଲେ, ତାଙ୍କ ଆକାଉଣ୍ଟ ଉପରୁ ବ୍ୟାନ୍ ଉଠାଇଲେ ବି ସେ ଟ୍ୱିଟରକୁ ଫେରିବେ ନାହିଁ । ଗତବର୍ଷ ଆମେରିକାରେ ହୋଇଥିବା ହିଂସାକାଣ୍ଡ ପରେ ଡୋନାଲ୍ଟ ଟ୍ରମ୍ପଙ୍କୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟାନ୍ କରାଯାଇଥିଲା । ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ଆମେରିକାରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟ ଉପରୁ ବ୍ୟାନ୍ ହଟାଇବାକୁ କୁହାଯାଇଥିଲା ।