ଟ୍ୱିଟର ପାଇଁ ଆସିଲା ଆଉ ଏକ ନୂଆ କଟକଣା, ଜାଣନ୍ତୁ କଣ ରହିଛି ନୂଆ ନିୟମ ?

ଭୁବନେଶ୍ୱର,୨/୦୭: ଟ୍ୱିଟର ମାଲିକାନା ପରିବର୍ତ୍ତନ ପରେ ନୂଆ ନୂଆ କଟକଣା ଲାଗୁ ହେବାରେ ଲାଗିଛି। ଏହାରିମଧ୍ୟରେ ଟ୍ୱିଟର ଆଉ ଏକ ନୂଆ କଟକଣା ଲଗାଇଛି। ଟ୍ୱିଟରରେ କୌଣସି ଆକାଉଣ୍ଟଧାରୀ ଅସୀମିତ ଟୁଇଟ ପଢି ପାରିବ ନାହିଁ । ଏପରି କି ଟ୍ୱିଟରର ଲଗଇନ ନକଲେ ଟ୍ୱିଟର ଦେଖିହେବ ନାହିଁ । ଟୁଇଟର ମାଲିକ ଏଲନ ମସ୍କ, ଏଭଳି କଟକଣା ଲଗାଇଛନ୍ତି ।ସୂଚନା ଅନୁସାରେ ଭେରିଫାଏଡ ଆକାଉଣ୍ଟସରୁ ଦିନକୁ ଜଣେ ୬ହଜାର ପୋଷ୍ଟ ପଢିପାରିବେ । ସେହିପରି ଭେରିଫାଏ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ୬୦୦ ପୋଷ୍ଟ ଏବଂ ଭେରିଫାଏ ହୋଇନଥିବା ନୂଆ ଆକାଉଣ୍ଟରୁ ଦିନକୁ ୩୦୦ ପୋଷ୍ଟ ଦେଖିପାରିବେ । ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର ଶନିବାର ଅପରାହ୍ନ ଓ ସନ୍ଧ୍ୟାରେ ଅଚଳ ହୋଇଯାଇଥିଲା । ଅନେକ ବ୍ୟବହାରକାରୀ ଟ୍ୱିଟର କାମ କରୁନଥିବା ଅଭିଯୋଗ କରିଛନ୍ତି । ବିଶ୍ୱବ୍ୟାପୀ ଏଭଳି ଅଭିଯୋଗ ଆସିବା ପରେ ଏଲନ ମକ୍ସ କଟକଣା ଲଗାଇଥିବା କୁହାଯାଉଛି । ତେବେ ଟ୍ୱିଟର ଲଗାଇଥିବା କଟକଣା ସାମୟିକ ବୋଲି ଟୁଇଟ କରି ଏଲନ୍ ମସ୍କ ସୂଚନା ଦେଇଛନ୍ତି ।