ଭାରତରେ ବନ୍ଦ ହେଲା ଟୁଇଟରର ଦୁଇଟି କାର୍ଯ୍ୟାଳୟ!

ନୂଆଦିଲ୍ଲୀ,୧୭/୨: ଦେଶର ଲୋକପ୍ରିୟ ସୋସିଆଲ ମିଡ଼ିଆ ଟୁଇଟରରେ ଦିନକୁ ଦିନ ଅନେକ ପରିବର୍ତ୍ତନ ହେଉଛି। ଏହାରିମଧ୍ୟରେ ଯେବେଠାରୁ ଟ୍ୱିଟରକୁ ଏଲନ ମସ୍କ କିଣିଲେଣି, ସେବେଠୁ ଟ୍ୱିଟରରେ ଅନେକ ପରିବର୍ତ୍ତନ ଘଟିଲାଣି । ଏବେ ପୁୁଣି ଏଲନ୍ ମସ୍କ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କର୍ମଚାରୀ । ଭାରତରେ ଥିବା ଟ୍ୱିଟରର ତିନୋଟି କାର୍ଯ୍ୟାଳୟ ମଧ୍ୟରୁ ୨ଟି କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଏହି ଦୁଇଟି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ କୁହାଯାଇଛି ।ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ, ଭାରତରେ ଆଉ ମାତ୍ର ଗୋଟିଏ କାର୍ଯ୍ୟାଳୟ ରହିଛି । ବେଙ୍ଗାଲୁରୁରେ ଥିବା ଏକମାତ୍ର ଅଫିସରେ ଅଧିକାଂଶ ଇଞ୍ଜିନିୟର କାମ କରୁଛନ୍ତି ।