ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ପୋଲିସ ମିତ୍ର ଅଭିଯାନ

ଭୁବନେଶ୍ୱର, ୭/୧୧: ଟ୍ୱିନ ସିଟି ରେ ଅପରାଧ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭୁବନେଶ୍ବର ଓ କଟକରେ ପୋଲିସ ମିତ୍ର ଅଭିଯାନ ଆରମ୍ଭ ହେବ। ଅପରାଧିକ ପୃଷ୍ଠଭୂମି ନଥିବା ଯୁବକଙ୍କୁ  ପୋଲିସ ମିତ୍ର କରାଯିବ । ବସ୍ତିରେ ଅପରାଧ ଓ ଡ୍ରଗ୍ସ କାରବାର ରୋକିବା ଉପରେ ଗୁରୁତ୍ବ ଦିଆଯିବ। ପୋଲିସ-ଜନସାଧାରଣ ସମ୍ପର୍କ ମଜଭୁତ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପୋଲିସ ମିତ୍ର ଚିହ୍ନଟ ହୋଇଛନ୍ତି।