ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୬/୧୧: ଆସନ୍ତା ୮ ତାରିଖରେ ହେବ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଆସନ୍ତା ୮ ତାରିଖରେ ଏସଡିଜିଏମ କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ ।ମହିଳା ସାମ୍ବାଦିକଙ୍କୁ ମାଡ ମାରିବା ଅଭିଯୋଗରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ । ଟୁଟୁଙ୍କୁ ନାଁରେ ଦଫା ୩୫୪, ୩୪୧, ୩୨୩, ୨୯୪ ଲାଗିଛି । ପ୍ରଥା ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ୱାତି କମ୍ପେ୍ଲକ୍ସରେ ସାମ୍ବାଦିକଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା ।