ତୁର୍କୀ ଓ ସିରିଆରେ ଘଟିଥିବା ପ୍ରଳୟଙ୍କାରୀ ଭୂମିକମ୍ପକୁ ୧୧ ଦିନ, ମୃତ୍ୟୁ ସଂଖ୍ୟା ୪୧ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ,୧୭/୨: ତୁର୍କୀ ଓ ସିରିଆରେ ଘଟିଥିବା ପ୍ରଳୟଙ୍କାରୀ ଭୂମିକମ୍ପକୁ ୧୧ ଦିନ ବିତିଲାଣି। ୧୧ଦିନ ପରେ ବି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ୪୧ ହଜାରରୁ ଅଧିକ ମୃତ ଶରୀର ଉଦ୍ଧାର କରିସାରିଛି । ଏଥିମଧ୍ୟରୁ ତୁର୍କୀରେ ୩୫,୪୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସିରିୟାରେ ୫.୮୦୦ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟ ଦେଶରେ ଏବେ ବି ଉଦ୍ଧାରକାରୀଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ତୁର୍କୀ ଓ ସିରିଆରେ ଭୂମିକମ୍ପ ପୀଡିତଙ୍କୁ ସହାୟତା ଦେବାକୁ ସାରା ବିଶ୍ୱ ଆଗକୁ ଆସିଛି । ଏହାରି ମଧ୍ୟରେ ଜାତିସଂଘ ତରଫରୁ ସାରା ବିଶ୍ୱକୁ ୧ଅରବ ଡଲାର ସହାୟତା ଯୋଗାଇବାକୁ ଅପିଲ କରାଯାଇଛି ।