ଖାଲି ପେଟରେ ତୁଳସୀ ପତ୍ର ପାଣି ପିଇଲେ କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ

ଓଡ଼ିଆ ଘରେ ତୁଳସୀ ଗଛକୁ ପୂଜା କରାଯାଇଥାଏ । ଏହାସହ ତୁଳସୀପତ୍ର ଆୟୁର୍ବେଦ ବିଜ୍ଞାନରେ ବେଶ ସ୍ଥାନ ପାଇଛି। ଏହାର ପତ୍ର ଖାଇବା ଦ୍ୱାରା କେବଳ ଥଣ୍ଡା ଜ୍ୱର ନୁହେଁ ବରଂ ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ତେବେ ସକାଳେ ଖାଲି ପେଟରେ ତୁଳସୀ ପତ୍ରର ପାଣି ପିଇଲେ କେଉଁଁ ସବୁ ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା..

ତୁଳସୀ ପତ୍ର ରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଚନତନ୍ତ୍ରକୁ ଠିକ୍‌ ରଖେ ଯାହାଦ୍ୱାରା ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଶରୀରରୁ ଟକ୍ସିନ୍‌ ସଫା ହୋଇଥାଏ।

ତୁଳସୀ ପତ୍ରର ଚାହା କିମ୍ୱା ପାଣି ପିଇବା ଦ୍ୱାରା ହାଇପର୍‌ ଟେନସନ୍‌, ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ।

ଗରମ ପାଣିରେ ତୁଳସୀ ପତ୍ର ପକାଇ ସିଝାନ୍ତୁ। ଏହାପରେ ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଏହି ପାଣି ପିଇଲେ କିଡ୍‌ନୀ ଷ୍ଟୋନ୍‌ ଭଲ ହୋଇଥାଏ।

ସକାଳେ ଖାଲି ପେଟରେ ତୁଳସୀ ପାଣି ପିଇଲେ ଓଜନ କମ୍‌ ହୋଇଥାଏ।