ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ, ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ,୮/୦୮: ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ରହିଛି ୭.୧ । ଫଳରେ ଦେଶରେ ସୁନାମୀ ଆଲର୍ଟ ଜାରି ହୋଇଛି ।ଭୂମିକମ୍ପର ଝଟକା ଜାପାନର କ୍ୟୁଶୁ ଓ ଶିକୋକୁ ଦ୍ୱୀପଯାଏଁ ଅନୁଭୂତ ହୋଇଛି । ଭୂକମ୍ପ ସହ ଜାପାନରେ ଅନେକ ଉପକୂଳ ଇଲାକା ମିୟାଜାକି, କୋଚି, ଇହିମୋ, କାଗୋସିମା ଓ ଆଇମାରେ ସୁନାମୀ ଆଲର୍ଟ ଜାରି ହୋଇଛି ଏବଂ ସ୍ଥିତି ଉପରେ ନଜର ରଖାଯାଇଛି । ଭୂମିକମ୍ପ ଫଳରେ କ୍ୟୁଶୁ ନିକଟ ମିୟାଜାକି ସମୁଦ୍ରରେ ୨୦ ଫୁଟରୁ ଅଧିକ ଉଚ୍ଚର ଲହଡି ଉଠୁଥିବା ଦେଖିବାକୁ ମିଳୁଛି । ତେବେ ଭୂମିକମ୍ପ ଯୋଗୁଁ କ୍ଷୟକ୍ଷତିର କୌଣସି ସୂଚନା ଏଯାଏଁ ମିଳିନାହିଁ ।