ଯୌନ ଉତ୍ପୀଡିନ ଓ ମାନହାନି ମାମଲା: ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ, ଗଣିବେ ୬୪୨କୋଟି

ନୂଆଦିଲ୍ଲୀ,୨୭/୦୧: ଯୌନ ଉତ୍ପୀଡିନ ଓ ମାନହାନି ମାମଲାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ । ଲେଖିକା ଇ ଜିନ କ୍ୟାରୋଲଙ୍କୁ ଟ୍ରମ୍ପ ମାନାହାନି ମାମଲାରେ ୮୩.୦୩ ମିଲିୟନ ଅର୍ଥାଥ ଭାରତୀୟ ମୁଦ୍ରା ହିସାବରେ ୬୪୨କୋଟି ଟଙ୍କା ଦେବେ । ଲେଖିକା ୧୦ ମିଲିୟନ ଡଲାର ଦାବି କରିଥିଲେ । କିନ୍ତୁ କୋର୍ଟ ଦାବିଠୁ ବହୁ ଅଧିକ ଟଙ୍କା କ୍ଷତିପୁରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋର୍ଟଙ୍କ ଫଇସଲାକୁ ହାସ୍ୟସ୍ୱଦ କହିଛନ୍ତି ଟ୍ରମ୍ପ ଓ ଏହା ବିରୋଧରେ ଉପର କୋର୍ଟରେ ଚ୍ୟାଲେଂଜ ଦେବେ ବୋଲି ସୂଚନା ରହିଛି।