ଘରେ ପଶିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

ଭୁବନେଶ୍ୱର, ୨୮/୦୫: ମାଥିଲିରେ ଅଭାବନୀୟ ଘଟଣା। ସେଠାରେ ଥାନା ସମ୍ମୁଖରେ ଘର ଭିତରକୁ ପଶିଗଲା ଟ୍ରକ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଥିବା ପରିବାର ଲୋକେ । ସୂଚନାଯୋଗ୍ୟ ଯେ ଭାରସାମ୍ୟ ହରାଇ ଟ୍ରକଟି ଘର ଭିତରେ ପଶିଯାଇଥିଲା । ମାଲକାନଗିରିରୁ ଜୟପୁର ଅଭିମୁଖେ ଟ୍ରକଟି ଯାଉଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି । ପରେ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ମାଥିଲି ଥାନାରେ ଅଟକ ରଖାଯାଇଛି ।