ଫାଟିଗଲା ଟ୍ରାନ୍ସଫର୍ମର, ୧୫ମୃତ

ନୂଆଦିଲ୍ଲୀ,୧୯/୦୭: ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଅଘଟଣ ଘଟିଯାଇଛି । ସେଠାରେ କରେଣ୍ଟ ଲାଗି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରାନ୍ସଫର୍ମର ଫାଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ନମାମୀ ଗଙ୍ଗେ ପ୍ରୋଜେକ୍ଟ କାମ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ଅଘଟଣ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରଧୋରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।