ଆଜିଠୁ ଆରମ୍ଭ ହେଲା ଇ-ବିଧାନସଭା ତାଲିମ

ଭୁବନେଶ୍ୱର, ୬/୧୧: ଆଜିଠୁ ଇ-ବିଧାନସଭା ତାଲିମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ । ପରେ ଏପ୍ରିଲ ମାସରେ ବିଧାୟକମାନଙ୍କୁ ତାଲିମ ଦିଆଯିବ । ବର୍ତ୍ତମାନ ପ୍ରଶାସନିକ କର୍ମଚାରୀଙ୍କୁ  ତାଲିମ ଦିଆ ଯାଉଛି। ଏନଆଇସି ଏବଂ ଓକାକର ଏକ୍ସପର୍ଟମାନେ ଦେଉଛନ୍ତି ତାଲିମ । ପ୍ରତିଦିନ ୩ଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ ବୋଲି ସୂଚନା ମିଳିଛି  ।