ଟ୍ରେନରେ ସିଟକୁ ନେଇ ବିବାଦ, ଯାତ୍ରୀଙ୍କୁ ପୋଡି ମାରିଲା ଦୁର୍ବୃତ୍ତ

ନୂଆଦିଲ୍ଲୀ,୩/୪: କେରଳରେ ଘଟିଛି ଅଭାବନୀୟ ଘଟଣା । ଟ୍ରେନରେ ସିଟକୁ ନେଇ ବିବାଦ ହେବାରୁ ଯାତ୍ରୀଙ୍କୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଟ୍ରେନ୍ ଟ୍ରାକରୁ ଜଣେ ମହିଳା, ଜଣେ ଛୋଟ ପିଲା ଓ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଟ୍ରେନରେ ଚଢିବା ପରେ ବସିବାକୁ ନେଇ ବଚସା ହୋଇଥିଲା । ତିନି ଜଣ ଦୁର୍ବୃତ୍ତ ଅଲପୁଝା-କନୌର ଟ୍ରେନରେ ନିଆଁ ଲଗାଇ ଦେଇଥିଲା । ଏହା ପରେ ତିନି ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଘଟଣା ନେଇ ରେଳବାଇକୁ ସୂଚନା ଦେଇଥିଲେ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।