ପାକିସ୍ତାନରେ ଟ୍ରେନ୍ ଅପହରଣ ଘଟଣା, ୩୫୦ ଜଣ ବନ୍ଦୀ ଉଦ୍ଧାର

ଭୁବନେଶ୍ୱର,୧୨/୦୩: ପାକିସ୍ତାନରେ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷର ଅନ୍ତ ଘଟିଛି। ବେଲୁଚିସ୍ତାନ ପ୍ରଦେଶରେ ଟ୍ରେନ୍ ଅପହରଣ କରିଥିବା ବିଦ୍ରୋହୀଙ୍କ ଠାରୁ ପ୍ରାୟ ୩୫୦ ଜଣ ବନ୍ଦୀଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବିଏଲଏ ୨୭ ଜଣ ବନ୍ଧକ ଏବଂ ଜଣେ ସୈନିକଙ୍କୁ ହତ୍ୟା କରିଛି। ଉଦ୍ଧାର କାର୍ଯ୍ୟରେ ୩୫ ଜଣ ବାଲୁଚ ବିଦ୍ରୋହୀ ନିହତ ହୋଇଛନ୍ତି।ସୂଚନାଯୋଗ୍ୟ ଯେ ଗତକାଲି ପାକିସ୍ତାନ ରେଲଓ୍ବେଜର ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ଅପହରଣ କରିନେଇଥିଲେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୫୦ ଯାତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *