ଆସନ୍ତା ୧ରୁ ୪ ଯାଏ ପୂର୍ବତଟ ରେଳପଥର ୧୨ ଏକ୍ସପ୍ରେସ୍ ସମ୍ପୂର୍ଣ୍ଣ ବାତିଲ

ଭୁବନେଶ୍ୱର, ୨୯/୧: ପଶ୍ଚିମବଙ୍ଗର ହିଜଲି ଷ୍ଟେସନ ଆଧୁନିକୀକରଣ କରାଯିବ। ଏହି କାର୍ଯ୍ୟ ପାଇଁ ଆସନ୍ତା ୧ରୁ ୪ ଯାଏ ପୂର୍ବତଟ ରେଳପଥର ୧୨ ଏକ୍ସପ୍ରେସ୍‌ ସମ୍ପୂର୍ଣ୍ଣ ଓ ୪ଟି ଟ୍ରେନ୍‌ ଆଂଶିକ ବାତିଲ କରାଯାଇଛି। ବାତିଲ କରାଯାଇଥିବା ଏକ୍ସପ୍ରେସ୍‌ ଭିତରେ ରହିଛି ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍‌, ହାଓଡ଼ା-ଭୁବନେଶ୍ବର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ୍‌, ଯାଜପୁର କେନ୍ଦୁଝର ରୋଡ-ଖଡଗପୁର ଏକ୍ସପ୍ରେସ୍‌ ବାତିଲ ହୋଇଛି। ସେହିପରି ଯାଜପୁର କେନ୍ଦୁଝର ରୋଡରୁ ୩୧ ଜାନୁଆରିରୁ ୩ ଫେବ୍ରୁଆରି ଯାଏ ବାତିଲ ହୋଇଥିବା ବେଳେ
ଖଡ୍‌ଗପୁରରୁ ୧ ଫେବ୍ରୁଆରିରୁ ୫ ଫେବ୍ରୁଆରି ଯାଏ ବାତିଲ ହୋଇଛି। ଇଷ୍ଟକୋଷ୍ଟ ଏକ୍ସପ୍ରେସ ଶାଲିମାରଠାରୁ ଫେବ୍ରୁଆରି ୧ରୁ ୪ ଯାଏ ବାତିଲ ହୋଇଛି।  ହାଇଦ୍ରାବାଦଠାରୁ ୩୧ ଜାନୁଆରିରୁ ୩ ଫେବ୍ରୁଆରି, ଶାଲିମାର-ବିଶାଖାପାଟନମ୍ ଏକ୍ସପ୍ରେସ ଶାଲିମାରରୁ ୧ ଫେବ୍ରୁଆରି, ୨ ଫେବ୍ରୁଆରିରେ ବିଶାଖାପାଟନମରୁ, ଶାଲିମାର-ପୁରୀ ଏକ୍ସପ୍ରେସ ଶାଲିମାରରୁ ୧ ଓ ୩ ଫେବ୍ରୁଆରିରେ, ପୁରୀରୁ ୩୧ ଜାନୁଆରି ଓ ୨ ଫେବ୍ରୁଆରି ଦିନ ବାତିଲ କରାଯାଇଛି।