କୋରେଇ ଟ୍ରେନ ଟ୍ରାଜେଡି, ବାତିଲ ହେଲା ୮ ଟ୍ରେନ

ଭୁବନେଶ୍ୱର,୨୧/୧୧: ଯାଜପୁର ଜିଲ୍ଲାର କୋରେଇରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ବାତିଲ କରାଯାଇଛି। ୫ଟି ଏକ୍ସପ୍ରେସ୍ ଓ ୩ଟି ପାସେଞ୍ଜର ଟ୍ରେନ୍ ପୂରା ବାତିଲ ହୋଇଥିବା ବେଳେ ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଅନ୍ୟପଟେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ବାତିଲଚହୋଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ରହିଛି ହାୱଡା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ପୁରୀ ଓ ପୁରୀ –ଶାଲିମାର ଏକ୍ସପ୍ରେସ, ଶାଲିମାର-ହାଇଦ୍ରାବାଦ୍ ଏକ୍ସପ୍ରେସ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର, ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ ଟ୍ରେନ୍ ରହିଛି ।