ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରେନ ଦୁର୍ଘଟଣା; ଟ୍ରାକରୁ ଖସିଲା ୧୧ ବଗି, ବଢୁଛି ଆହତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩୦/୦୩: ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଟ୍ରାକରୁ ଖସିଲା ଏଗାର ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ହେଲେ କୌଣସି ଜନଜୀବନ ହାନି ସୂଚନା ନଥିବାବେଳେ ଆହତଙ୍କ ସଂଖ୍ୟା ବଢୁଥିବା ସୂଚନା ରହିଛି । ଏପରି ସ୍ଥଳେ ମେଡ଼ିକାଲ ଟିମ୍ ସହ ଏନଡିଆରଏଫ ଓ ଫାୟାର ଟିମ୍ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ତୁରନ୍ତ ଏସସିବି ସ୍ଥାନାନ୍ତର କରାଯାଉଛି। ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି ।ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହାସହ ରେଳ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

କଟକ ପାଇଁ ହେଲ୍ପଲାଇନ୍ ନଂ -୮୯୯୧୧୨୪୨୩୮
ଭୁବନେଶ୍ୱର ପାଇଁ ହେଲ୍ପଲାଇନ୍ ନଂ -୮୪୫୫୮୮୫୯୯୯
ଭଦ୍ରକ ପାଇଁ ହେଲ୍ପଲାଇନ୍ ନଂ -୯୪୩୭୪୪୩୪୬୯
ଦୁର୍ଘଟଣାସ୍ଥଳ ପାଇଁ ନଂ-୮୯୯୧୧୨୪୨୩୮
ଖୋର୍ଦ୍ଧା ପାଇଁ ହେଲ୍ପଲାଇନ୍‌ ନଂ -୦୬୭୪୨୪୯୨୨୪୫

Leave a Reply

Your email address will not be published. Required fields are marked *