ପୁଣି ବଡ ଟ୍ରେନ୍ ଦୁର୍ଘଟଣା: ୧୦ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୯/୧୦: ପୁଣି ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି। ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିଶାଖାପାଟଣାଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ୍ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରାଯାଉଥିବାବେଳେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି ।