ଗ୍ରିସ୍‌ରେ ୨ଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା, ୨୬ମୃତ ଓ ଅନେକ ଆହତ

ନୂଆଦିଲ୍ଲୀ,୧/୩: ଗ୍ରିସ୍‌ରେ ୨ଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ଖାଇବା ଯୋଗୁଁ ୨୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୮୫ଜଣ ଆହତ ହୋଇଛନ୍ତି ବୋଲି ଆଜି ଗ୍ରିକ୍ ଅଗ୍ନିଶମ ବିଭାଗ କହିଛି।

ସୂଚନାଯୋଗ୍ୟ ଯେ ୩୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ଟି ମଙ୍ଗଳବାର ରାତିରେ ଲାରିସା ନଗରୀ ନିକଟବର୍ତ୍ତୀ କେନ୍ଦ୍ରୀୟ ଗ୍ରିସ୍‌ର ଟେମ୍ପି ଅଞ୍ଚଳରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ସହିତ ଧକ୍କା ଖାଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଅନ୍ୟୂନ ୧୫୦ଜଣ ଅଗ୍ନିଶମ କର୍ମଚାରୀ , ୧୭ଟି ଗାଡ଼ି ଓ ୨୦ଟି ଆମ୍ବୁଲାନ୍‌ସ୍‌ ମୁତୟନ କରାଯାଇଛି। ଯାତ୍ରୀବାହୀ ଟ୍ରେନ୍‌ଟି ଆଥେନ୍‌ସ୍‌ରୁ ଥେସାଲୋନିକ୍‌ ଅଭିମୁଖେ ଯାତ୍ରା କରୁଥିଲା। ଟ୍ରେନ୍‌ ଦୁଇଟି ଖୁବ୍‌ ‌ଜୋର୍‌ରେ ପରସ୍ପରକୁ ଧକ୍କା ଦେଇଛନ୍ତି। ଯାତ୍ରୀବାହୀ ଟ୍ରେନ୍‌ର ପ୍ରଥମ ୪ଟି ବଗି ଧାରଣାଚ୍ୟୁତ ହୋଇଯାଇଛି। ସେଥିରୁ ୨ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କ‌ହିଲେ ଚଳେ।