ବାହାନଗା ପରେ ବରଗଡରେ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୫/୦୬: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଭୟ ମନରୁ ଲିଭିନି। ଏହାରିମଧ୍ୟରେ ବରଗଡରେ ମାଲବାହୀ ଟ୍ରେନ ହେଲା ଲାଇନଚ୍ୟୁତ ହୋଇଛି।  ଫଳରେ ଏହାର ୫ ଟି ବଗି ଓଲଟିପଡିଛି । ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଟ୍ରେନ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି । ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି ।