ଖୁବଶୀଘ୍ର ବୌଦ୍ଧକୁ ଗଡିବ ରେଳ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା ସହ ସରିଲା ଟ୍ରାଏଲ ରନ

ଭୁବନେଶ୍ୱର, ୧୧/୧୦: ଆଉମାତ୍ର କିଛି ମାସ ପରେ ଖୁବଶୀଘ୍ର ବୌଦ୍ଧକୁ ଗଡିବ ରେଳ ଗଡିବ । ରେଳପଥ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା ସରିଥିବା ବେଳେ ଟ୍ରେନର ସ୍ପିଡ ଟ୍ରାଏଲ ରନ ଶେଷ ହୋଇଛି । ଯାହାକୁ ନେଇ ଏବେ ବୌଦ୍ଧବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୁବର୍ଣ୍ଣପୁର ଷ୍ଟେସନଠାରୁ ବୌଦ୍ଧ ଷ୍ଟେସନ ପର୍ଯ୍ୟନ୍ତ ଏବେ ସଫଳ ହୋଇଛି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା । ପରେ ଷ୍ଟେସନ ରେ ପହଞ୍ଚି ଷ୍ଟେସନର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ପରେ ସବୁଜ ପତାକା ଦେଖାଇ ସ୍ପିଡ଼ ଟ୍ରାଏଲ ରନ ଆରମ୍ଭ ହୋଇଥିଲା । ସୁରକ୍ଷା ପ୍ରମାଣପତ୍ର ମିଳିବା ପରେ ଖୁବଶୀଘ୍ର ରେଳ ମନ୍ତ୍ରାଳୟରୁ ନିର୍ଦ୍ଦେଶ ମିଳିଲେ ରେଳ ଗଡ଼ିବ ।

Leave a Reply

Your email address will not be published. Required fields are marked *