ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ ଜୟନଗର ଏକ୍ସପ୍ରେସ

ଭୁବନେଶ୍ୱର,୩/୧୧: ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଲା ପୁରୀ ଜୟନଗର ଏକ୍ସପ୍ରେସ। ଆଉ କିଛି ସମୟ ହୋଇଥିଲେ ଜଳିଯାଇ ଥାନ୍ତା ଟ୍ରେନ । ଆଜି ସକାଳେ ହାୱଡା-ଦିଲ୍ଲୀ ମୁଖ୍ୟ ରେଳ ଲାଇନରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଥିବାବେଳେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ପୁରୀ-ଜୟନଗର ଏକ୍ସପ୍ରେସ  ପୁରୀରୁ ବିହାରର ଜୟନଗର ଯାଉଥିବାବେଳେ ରେଳ ଲାଇନର ଓଭରହେଡ୍ ତାରରେ ହଠାତ୍ ନିଆଁ ଲାଗିଯାଇଥିଲା ।ଏହି ସମୟରେ ପୁରୀ-ଜୟନଗର ଏକ୍ସପ୍ରେସ ପହଞ୍ଚିଥିଲା | ଟ୍ରେନର ଗତି ଅଧିକ ଥିବାରୁ ଡ୍ରାଇଭର ଚାହିଁଲେ ମଧ୍ୟ ସେହି ସ୍ଥାନ ପୂର୍ବରୁ ଟ୍ରେନକୁ ଅଟକାଇ ପାରିନଥିଲେ । ଏହିପରି ଭାବେ ଟ୍ରେନ ଆଗକୁ ବଢିଯାଇଥିଲା ଓ ସୌଭାଗ୍ୟବଶତଃ କାହାର କିଛି ହୋଇନାହିଁ ।