ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ

ନୂଆଦିଲ୍ଲୀ,୬/୬: ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ହୋଇଛି। ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ବାହାରିଥିବା ସୂଚନା ମିଳିଛି। ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରିବାରୁ ଓହ୍ଲାଇଗଲେ ଯାତ୍ରୀ । ବ୍ରହ୍ମପୁର ଷ୍ଟେସନରେ ଭୟରେ ଓହ୍ଲାଇଗଲେ ଯାତ୍ରୀ । ଧୂଆଁ ବନ୍ଦ ହୋଇଥିଲେ ବି ଯିବାକୁ ନାରାଜ ଅଛନ୍ତି ଯାତ୍ରୀ । ନିକଟରେ ବହନଗାରେ ବଡ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀ ଭୟଭୀତ ହୋଇଛନ୍ତି ।