ନୂଆଦିଲ୍ଲୀ,୧୬/୧୨: ସାରା ଦେଶରେ ଚାଷୀ କରିବେ ଟ୍ରାକ୍ଟ୍ରର ପ୍ରୋଟେଷ୍ଟ। ସଂଯୁକ୍ତ ଚାଷୀ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ସାରା ଦେଶରେ ଜିଲ୍ଲା ଓ ତହସିଲ ସ୍ତରରେ ଟ୍ରାକ୍ଟର ମାର୍ଚ୍ଚର ଡାକରା ଦେଇଛନ୍ତି ଚାଷୀ । ଏହାସହ ୧୫ଟି ସ୍ଥାନରେ ରେଳ ରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ। ସେପଟେ ହରିୟାଣାର ଶମ୍ଭୁ ଓ ଖନୌରୀ ସୀମାରେ ଜାରି ରହିଛି ଚାଷୀ ଆନ୍ଦୋଳନ । ୨୦ ଦିନ ଧରି ଆମରଣ ଅନସନରେ ବସିଛନ୍ତି ଚାଷୀ । ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୧୩ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ଏହି ସମୟରେ ୩ ଥର ଦିଲ୍ଲୀ ଚଲୋ ଉଦ୍ୟମ କରିଛନ୍ତି ଚାଷୀ ଏବଂ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ସ୍ଥିତି ବି ଦେଖିବାକୁ ମିଳିଛି। ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଗତ ଶନିବାର କୃଷିମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ନେଇ ଏହି ବୈଠକ ବସିଥିଲା ।