ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଲା ମଧ୍ୟପ୍ରଦେଶ ଟିମ୍‌

ବେଙ୍ଗାଲୁରୁ,୨୬।୬: ମଧ୍ୟପ୍ରଦେଶ ଟିମ୍‌ ଫାଇନାଲ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ରଣଜୀ ଟ୍ରଫି ୨୦୨୧-୨୨ ଟାଇଟଲ ଜିତିଛି। ମଧ୍ୟପ୍ରଦେଶ ଦଳ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ମୁମ୍ବାଇକୁ ୬ ଉଇକେଟରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ପ୍ରଥମ ଇନିଂସରେ ୩୭୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ମଧ୍ୟପ୍ରଦେଶ ୫୩୬ ରନ ସ୍କୋର କରିଥିଲା। ଦ୍ୱିତୀୟ ଇନିଂସରେ ମୁମ୍ବାଇର ଦଳ ୨୬୯ ରନ ସଂଗ୍ରହ କରିଥିଲା। ମଧ୍ୟପ୍ରଦେଶ ମ୍ୟାଚର ଚତୁର୍ଥ ଇନିଂସରେ ୧୦୮ ରନର ବିଜୟ ଲକ୍ଷ ମିଳିଥିଲା। ଦଳ ୬ ଉଇକେଟ ହରାଇ ବିଜୟ ହାସଲ କରିଥିଲା। ଏହା ସହ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଜିତିବାରେ ୨୦ତମ ଦଳ ହୋଇଛି।