ଆସନ୍ତାକାଲି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର, ୨୪/୬: ରାଜ୍ୟରେ ମହାମାରୀ କରୋନା ଯୋଗୁ ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ଉପରେ ବହୁ ପ୍ରଭାବ ପଢ଼ିଛି। ପ୍ରାୟ ସବୁ ପରୀକ୍ଷା ବାତିଲ କରାଯିବ ସାଙ୍ଗକୁ କୌଣସି ରେଜଲ୍ଟ ମଧ୍ୟ ପ୍ରକାଶ ପାଇପାରୁନଥିଲା। ଏହାରିମଧ୍ୟରେ ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ପ୍ରକାଶ ମାଟ୍ରିକ ରେଜଲ୍ଟ।ସଂଧ୍ୟା ୬ଟାରୁ ୨ଟି ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ୨ଟି ୱେବ୍‌ସାଇଟ୍‌ bseodisha.ac.in ଓ bseodisha.nic.in।  SMS ମାଧ୍ୟମରେ ବି ପରୀକ୍ଷାଫଳ ପାଇପାରିବେ ପରୀକ୍ଷାର୍ଥୀ। OR01 <Space> Roll No ଲେଖି 5676750କୁ SMS ପଠାଇବାକୁ ହେବ। ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।