ଆସନ୍ତାକାଲିଠୁ ବାରବାଟୀରେ ଆରମ୍ଭ ହେବ ଏମଜିଏମ ଓଡ଼ିଶା କ୍ରିକେଟ୍ ଲିଗ୍

ଭୁବନେଶ୍ୱର, ୨୬/୧୨: ଆସନ୍ତାକାଲିଠୁ ବାରବାଟୀରେ ଆରମ୍ଭ ହେବ ଏମଜିଏମ ଓଡ଼ିଶା କ୍ରିକେଟ୍ ଲିଗ୍ ।ଏହି ଲିଗ୍ OCA ଦ୍ୱାରା ପରିଚାଳିତ ହେଉଛି ଏବଂ TCM ସହିତ ସହଭାଗିତା କରାଯାଇଛି| ଟିସିଏମ୍ ହେଉଛି ଭାରତର ପ୍ରମୁଖ କ୍ରୀଡା ପରିଚାଳନା କମ୍ପାନୀ | ଓଡ଼ିଶା କ୍ରିକେଟ୍ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ୍ । ପ୍ରତିଯୋଗିତାରେ ମୋଟ ୯୩ ଜଣ ଖେଳାଳୀ ଭାଗ ନେଉଛନ୍ତି । ଜାନୁଆରି ୧୪ ଯାଏ ଚାଲିବ ଏହି ମ୍ୟାଚ୍ । ବିନା ଦର୍ଶକରେ କୋଭିଡ ନିୟମ ଭିତରେ  ମ୍ୟାଚ୍ ଖେଳାଯିବ।ଫ୍ୟାନ୍‌ କୋର୍ଡ ଆପ୍‌ରେ ଅନ୍‌ଲାଇନରେ ଖେଳ ଦେଖିପାରିବେ ଦର୍ଶକ । ସଭାପତି ପଙ୍କଜ ଲୋଚନ ମହାନ୍ତି ପରିଚାଳନା କରୁଥିବା ବେଳେ ଓସିଏ ସମ୍ପାଦକ ସଂଜୟ ବେହେରା ଏନେଇ ସୂଚନା ଦେଇଛନ୍ତି।