ଆସନ୍ତାକାଲିଠୁ ଏହି ରାଜ୍ୟରେ ଖୋଲିବ ମନ୍ଦିର-ମସଜିଦ

ମହାରାଷ୍ଟ୍ର, ୧୫/୧୧: ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ  ମନ୍ଦିର-ମସଜିଦ ଖୋଲିବ। ସେନେଇ ଗାଇଡଲାଇନ ଜାରି କରିଛନ୍ତି ଉଦ୍ଧବ ସରକାର। କିନ୍ତୁ ଧାର୍ମିକ ସ୍ଥଳ ପ୍ରବେଶ ପାଇଁ ମାସ୍କ ଜରୁରୀ ରହିଛି। ନିୟମିତ ବିଶୋଧନ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି କୁହାଯାଇଛି।