ଟମାଟୋର ଦର ସ୍ଥିର କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ଟଙ୍କାରେ ମିଳିବ ବିଲାତି

ନୂଆଦିଲ୍ଲୀ,୧୬/୦୭:  ଦେଶରେ କିଛିଦିନ ହେବ ପନିପରିବାର ଦାମ ଆକାଶ ଛୁଆଁ ହେବାରେ ଲାଗିଛି। ଯାହାକୁ ନେଇ ଖାଉଟି ଚିନ୍ତାରେ ପଡିଛନ୍ତି । ପରିବା ମଧ୍ୟରେ ସର୍ବାଧିକ ଦର ବୃଦ୍ଧି ହୋଇଥିବା ଟମାଟୋର ସର୍ବାଧିକ ବିକ୍ରୟମୂଲ୍ୟ ସ୍ଥିର କରିଛନ୍ତି । କେନ୍ଦ୍ର ସରକାର ରବିବାର ଠାରୁ ବିଲାତିର ସର୍ବାଧିକ ବିକ୍ରୟ ମୂଲ୍ୟ କିଲୋପ୍ରତି ୮୦ ଟଙ୍କା ସ୍ଥିର କରିଛନ୍ତି ।

ନ୍ୟାସନାଲ କୋ ଅପରେଟିଭ କଞ୍ଜ୍ୟୁମର ଫେଡରେସନ ଅଫ୍ ଇଣ୍ଡିଆ ଓ ନ୍ୟାସନାଲ ଏଗ୍ରିକଲଚର କୋ ଅପରେଟିଭ ମାର୍କେଟିଂ ଫେଡରେସନ ଅଫ୍ ଇଣ୍ଡିଆ ମାଧ୍ୟମରେ ଦିଲ୍ଲୀ, ନୋଇଡା, ଲକ୍ଷ୍ନୌ, କାନପୁର, ବାରଣାସୀ, ପାଟନା, ମୁଜଫରପୁର ଓ ଆରାରେ ଆଜିଠାରୁ ବିଲାତି କିଲୋପ୍ରତି ୮୦ ଟଙ୍କାରେ ବିକ୍ରି କରିବା ଆରମ୍ଭ କରାଯାଇଛି । ଆସନ୍ତା କାଲିଠାରୁ ଦେଶର ଅନ୍ୟ ସହରରେ ଖାଉଟିଙ୍କୁ ବିଲାତି କିଲୋପ୍ରତି ୮୦ ଟଙ୍କାରେ ଯୋଗାଇ ଦିଆଯିବ । ସରକାରୀ ହିସାବ ମୁତାବକ ଦେଶରେ ଏବେ ବିଲାତିର କିଲୋପ୍ରତି ହାରାହାରି ମୂଲ୍ୟ ୧୧୭ ଟଙ୍କା ରହିଛି ।