କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ,କମିବ ଟମାଟୋ ଦର

ନୂଆଦିଲ୍ଲୀ,୧୨/୦୭: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଟମାଟୋ ଦର। ଏହାରି ମଧ୍ୟରେ ଟମାଟୋ ଦର କୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । କେନ୍ଦ୍ର ସରକାର ନେଫେଡ ଓ ଏନସିସିଏଫକୁ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଖାଉଟି ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି, ଜୁଲାଇ ୧୪ ତାରିଖରୁ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କୁ ଖୁଚୁରା ଦୋକାନ ମାଧ୍ୟମରେ ରିହାତି ମୂଲ୍ୟରେ ଟମାଟୋ ଷ୍ଟକ ବଣ୍ଟନ କରାଯିବ । ପ୍ରବଳ ବର୍ଷା ଯୋଗୁଁ ଟମାଟୋ ଚାଷ କ୍ଷତିଗ୍ରସ୍ତ ହେବାରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯେଉଁଥିପାଇଁ ଦେଶର କିଛି ସ୍ଥାନରେ ଖୁଚୁରା ଦର କିଲୋ ପିଛା ୨୦୦ ଟଙ୍କାରେ ପହଞ୍ଚିଛି । ଏବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।