ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ

ନୂଆଦିଲ୍ଲୀ,୧୨/୦୮: ଦେଶରେ ଏବେ ଆକାଶ ଛୁଆଁ ହେବାରେ ଲାଗିଛି ଟମାଟୋ ଦର। କିନ୍ତୁ ଏବେ ଏହା ବଢ଼ାଉଥିବା ଚିନ୍ତା  ଦୂର ହୋଇପାରେ । କାରଣ ଶସ୍ତା ମୂଲ୍ୟରେ ଭାରତକୁ ଟମାଟୋ ଯୋଗାଇବ ନେପାଳ । ଆକାଶଛୁଆଁ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ନେପାଳର ସାହାଯ୍ୟ ଲୋଡ଼ିଛନ୍ତି । ଆଉ ଭାରତ କଥାରେ ସହମତି ପ୍ରକାଶ କରିଛି ନେପାଳ । ଅତି ସୁବିଧା ଓ କମ୍ ମୂଲ୍ୟରେ ଭାରତର ବଜାରକୁ ଟମାଟୋ ଯୋଗାଇବାକୁ ନେପାଳ ରାଜି ହୋଇଛି । କାଠମାଣ୍ଡୁ , ଲଳିତପୁର ଏବଂ ଭରତପୁର ଟମାଟୋ ପ୍ରଚୁର ପରିମାଣରେ ଚାଷ କରାଯାଏ ।