ଟମାଟୋ ଦର ଆକାଶ ଛୁଆଁ, ଭୁବନେଶ୍ୱରରେ ଦର ୧୦୦ ପାର

ଭୁବନେଶ୍ୱର,୨୭/୦୬: ଗ୍ରାହକଙ୍କୁ ମହଙ୍ଗା ମାଡ଼। ହଠାତ୍ ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଞ୍ଚିଲାଣି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି । କଟକରେ ଟମାଟୋ ୭୦ରୁ ୮୦ ଟଙ୍କାରେ ମିଳୁଛି । ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି । ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ ।