ଓଡ଼ିଶାରେ ଟମାଟୋ ଫ୍ଲୁ

ଭୁବନେଶ୍ୱର,୧୯/୫ : ଗୋଟିଏ ପଟେ କରୋନା ସଂକ୍ରମଣ କଲବଲ କରୁଥିବା ବେଳେ ନିକଟରେ କେରଳରେ ସାମ୍ନାକୁ ଆସିଥିଲା ଟମାଟୋ ଫ୍ଲୁ’ । ତେବେ ଏବେ ଓଡ଼ିଶାର ଗ୍ରାମାଞ୍ଚଳରେ ଶିଶୁମାନଙ୍କ ଠାରେ ଦେଖିବାକୁ ମିଳିଛି ଟମାଟୋ ଫ୍ଲୁ’ ରୋଗ । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ଏହି ରୋଗରେ ଆକାନ୍ତ ୧୦ରୁ ଅଧିକ ଶିଶୁରୋଗୀ ଆସୁଥିବା ଦେଖିବାକୁ ମିଳିଛି । ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମଧ୍ୟରେ ଏହି ରୋଗ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହା ସାଧାରରତଃ ୫ରୁ ୭ ଦିନ ମଧ୍ୟରେ ଭଲ ହେଉଛି । ବିଶେଷ କରି ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ଓ ରୋଗାଗ୍ରସ୍ତ ଶିଶୁଙ୍କ ଠାରୁ ଦୂରେଇ ରଖିଲେ ଏହି ରୋଗ ବ୍ୟାପିନଥାଏ ବୋଲି ଜଣାପଡିଛି ।

ସୂଚନାନୁଯାୟୀ , ଏହି ରୋଗ ହେବା ଦ୍ୱାରା ଶିଶୁର ପାଟି, ହାଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଶୂନ ଫୋଟକା ହେବା ସହ ପାଟିରେ ଘା’ ହୋଇଯାଉଛି । ଏହି ରୋଗ ଏକ ପ୍ରକାର ଡିଆଁ ରୋଗ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି । ଏହି ରୋଗରେ ଶିଶୁମାନଙ୍କ ପାଟିରେ ଘା’ ହେବାରୁ ଖାଇବାରେ ଅସୁବିଧା ହେବାରୁ ଦୁର୍ବଳ ହୋଇପଡୁଛନ୍ତି ।]