ବସ୍‌ରୁ ଟୋଲ୍‌ ଫି ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ବର,୨୮/୦୭: ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ବିଭିନ୍ନ ଟୋଲ୍‌-ଗେଟ୍‌ରେ ଟୋଲ୍‌ ଫି’ ଦେଉ ନଥିବାରୁ ଏନ୍‌ଏଚ୍‌ଏଆଇର ୪୦୦ କୋଟିରୁ ଅଧିକ କ୍ଷତି ହେଉଛି। ତେଣୁ ସମସ୍ତ ଯାତ୍ରୀବାହୀ ବସ୍‌ ଯେପରି ଟୋଲ୍‌ ଫି’ ଦେବେ, ସେନେଇ ପଦକ୍ଷେପ ନେବାକୁ ଏନ୍‌ଏଚ୍‌ଏଆଇର ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚିଠି ଲେଖିଛନ୍ତି। ଏହାପରେ ପରିବହନ ବିଭାଗ ପକ୍ଷରୁ ବୈଠକ ବସିଥିଲେ ମଧ୍ୟ ଏହା ଫେଲ୍‌ ମାରିଛି। ବସ୍‌ ମାଲିକମାନେ ରୋକଠୋକ୍ କହିଦେଇଛନ୍ତି ଯେ ସେମାନେ ଠୋଲ୍‌ ଫି’ ଦେବେନି। ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଚିଠି ଲେଖିଛନ୍ତି ଯେ ଓଡ଼ିଶାରେ ଏନ୍‌ଏଚ୍‌ଏଆଇ ୨୩୭୨ କିମି ଜାତୀୟ ରାଜପଥର ଉନ୍ନତୀକରଣ ଓ ମରାମତି କରୁଛି। ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ବସ୍‌ରୁ ଟୋଲ୍‌ ଫି’ ଆଦାୟ ନହେବା ଚିନ୍ତାଜନକ। ‌ତେଣୁ ଏହି ବିବାଦର ସମାଧାନ କରାଯାଉ।