ଟୋକିଓ ଅଲିମ୍ପିକ୍ସ : ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ

ଟୋକିଓ,୭/୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ନୀରଜ ଚୋପ୍ରା । ସେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ପାଇଁ ପୁରସ୍କାର ଘୋଷଣା କରିିିଛନ୍ତି ହରିୟାଣା ସରକାର। ନୀରଜ ଚୋପ୍ରାଙ୍କୁ ୬ କୋଟି ପୁରସ୍କାର
ପ୍ରଦାନ କରାଯିବ । ଏହି ପୁରସ୍କାର ରାଶି ସହ କ୍ଲାସ ୧ ଚାକିରି ମିଳିବ। ପଞ୍ଚକୁଲାରେ ହେବ ଆଥଲେଟିକ କେନ୍ଦ୍ର ଓ ସେଥିରେ ନୀରଜ ହେବେ ମୁଖ୍ୟ।