କୁସ୍ତି ସେମିଫାଇନାଲରେ ଭାରତର ୨ ଖେଳାଳି

ନୂଆଦିଲ୍ଲୀ, ୪/୮: ଟୋକିଓ ଅଲିମ୍ପିକ୍ସର କୁସ୍ତି ସେମିଫାଇନାଲରେ ଭାରତର ୨ ଖେଳାଳି ପହଞ୍ଚିଛନ୍ତି। ପୁରୁଷ ଫ୍ରି-ଷ୍ଟାଇଲ ୫୭ କେଜି ବର୍ଗରେ ବୁଲ୍‌ଗେରିଆର ଖେଳାଳିଙ୍କୁ ୧୪-୪ରେ ହରାଇ ରବି ଦହିୟା ସେମିଫାଇନାଲରେ ପହଂଚି ଥିବା ବେଳେ ପୁରୁଷ କୁସ୍ତି ୮୬ କେଜି ବର୍ଗରେ କ୍ବାର୍ଟର ଫାଇନାଲରେ ଚୀନ୍‌ର ଜୁସେନ ଲିଙ୍କୁ ୬-୩ରେ ହରାଇ ଦୀପକ ପୁନିଆ ସେମିଫାଇନାଲରେ ପହଞ୍ଚିଛନ୍ତି।