ଦେଶରେ ୨୪ ଘଣ୍ଟା ଭିତରେ ୩୯,୩୬୧ ଜଣ କରୋନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ ,୨୬/୭ : ଦେଶରେ ଗତ ୨୪ ଘଣ୍ଟା ଭିତରେ ୩୯,୩୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୦୦ ଲକ୍ଷ ୧୧ ହଜାର ୧୮୯ କୁ ବୃଦ୍ଧି ପାଇଛି । ସେହିପରି ଆଜି ୪୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୦ ହଜାର ୯୬୭ ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯,୯୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ କୋଟି ୫ଲକ୍ଷ ୭୯ ହଜାର ୧୦୬ ଜଣ ସୁସ୍ଥ ହୋଇସାରିଲେଣି । ଏବେ ମୋଟ ଆକ୍ଟିଭ କେସ୍ ୪,୧୧,୧୮୯ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।