ଆଜି ଅବପାତ ରୂପ ନେଇ ପାରେ ଲଘୁଚାପ

ଭୁବନେଶ୍ୱର, ୨୨/୧୦(ଦି ପ୍ରଗତି ନ୍ୟୁଜ୍): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ୱେଲ୍‌ ମାର୍କ୍‌ଡ ଲୋ ପ୍ରେସର ରୂପରେ ଅଛି ଲଘୁଚାପ। ଆସନ୍ତା ୧୨ ଘଣ୍ଟାରେ ଅବପାତ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଲଘୁଚାପ।

ଲଘୁଚାପ ପ୍ରଭାବରେ ଆଜି ୬ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୬ ଜିଲ୍ଲା ଗୁଡିକ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର।  ଅନ୍ୟ ୬ ଜିଲ୍ଲା ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଟ୍ବିନ୍‌ ସିଟି ପାଇଁଁ ଦିନ ୧୧ଟା ୩୦ ସୁଦ୍ଧା ଟ୍ବିନ୍‌ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। କଟକ ଓ ଭୁବନେଶ୍ବରରେ ଘଣ୍ଟାରେ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ନେଇ ଆଶଙ୍କା କରାଯାଉଛି।