ରାଜ୍ୟରେ ଆଜି ୧୬ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୫/ ୧୦(ଦି ପ୍ରଗତି ନ୍ୟୁଜ): ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ମଧ୍ୟ ୧୬୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ଢେଙ୍କାନାଳରୁ ୨, ଭୁବନେଶ୍ୱର ରୁ ୨, ଅନୁଗୁଳରୁ ୨, ସୁନ୍ଦରଗଡ଼ରୁ ୨, ବାଲେଶ୍ୱରରୁ ୨, ମାଲକାନଗିରି, ପୁରୀ, ଗଜପତି, ଗଂଜାମ, କେନ୍ଦୁଝର, ବରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।