ରାଜ୍ୟରେ ଆଜି ଆଉ ୬ ଜଣଙ୍କ କରୋନା ଜନିତ ମୃତ୍ୟୁ

ଭୁବନେଶ୍ୱର, ୧୩/୯: ରାଜ୍ୟରେ ଆଜି ଆଉ ୬ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। । ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୧୦୪କୁ ବୃଦ୍ଧି ପାଇଛି । ୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣ ଥିବା ବେଳେ ଅନୁଗୋଳ, ଯାଜପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଆଜି ରାଜ୍ୟରେ ୬୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ସୁଦ୍ଧା ରାଜ୍ୟରେ ୧୦ଲକ୍ଷ ୧୬ହଜାର ୮୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୦୨, ୧୨୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬ହଜାର ୫୪୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।