ଦେଶରେ ୨୪ ଘଣ୍ଟାରେ ୧,୬୮୫ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ପ୍ରାୟ ଦୁଇ ବର୍ଷ ହୋଇଗଲା କରୋନା ମହାମାରୀ ତାର ଉଗ୍ର ରୂପ ଦେଖାଇ ଆସୁଥିଲା । ଏତେ ମାତ୍ରାରେ ବିସ୍ଥାରିତ ହେବାରେ ଲାଗିଲା କି ପୁରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ଚାଲିଗଲା । ଏହି ମାହାମରୀର ପ୍ରଭାବ ଭାରତରେ ମଧ୍ୟ ଖୁବ୍ ପ୍ରଭାବିତ କରିଥିଲା । କିନ୍ତୁ ବର୍ତ୍ତମାନ ଏହାର ଅବସାନ ହୋଇଛି । କିଛି ମାସ ହେଲା ସଂକ୍ରମଣ ହାର କମିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ରିପୋର୍ଟ ଅନୁସାରେ , ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟା ମଧ୍ୟରେ । ୧,୬୮୫ ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୮୩ ଜଣ ମୃତ୍ୟୁ ହୋଇଥିବା ସୂଚନା ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୬,୩୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୮୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୬,୭୫୫ରେ ପହଞ୍ଚିଛି।