ରାଜ୍ୟରେ ଦିନକରେ ଆଉ ୪୫୩ କରୋନା ଆକ୍ରାନ୍ତ ଚିହ୍ନଟ,୧୮ ବର୍ଷ ଭିତରେ ୫୩ ଜଣ

ଭୁବନେଶ୍ୱର,୫/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୬୫ ଓ ସ୍ଥାନୀୟ ଅଞ୍ଚଳରୁ ୧୮୮ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୫୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮,୮୧୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୦,୧୫,୬୦୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪,୯୩୫ ଜଣ ଚିକିତ୍ସାଧୀନ ଅଛନ୍ତି।