ରାଜ୍ୟରେ ଦିନକରେ ଆଉ ୭୭୯ କରୋନା ଆକ୍ରାନ୍ତ ଚିହ୍ନଟ, ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୫ ଜଣ

ଭୁବନେଶ୍ୱର, ୨୮/୮: ରାଜ୍ୟରେ ପୁଣିଥରେ  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୫,୬୫୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୯,୮୯,୮୪୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭,୯୯୬ ଜଣ ଚିକିତ୍ସାଧୀନ ଅଛନ୍ତି।