ରାଜ୍ୟରେ ଆଜି ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮/୦୯:  ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମାନ୍ୟ ବୃଦ୍ଧି ପାଇଛି। ଏହାରିମଧ୍ୟରେ ଗତକାଲି ରାଜ୍ୟରେ ଦିନକରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୭୦୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ  ୧୩,୨୩,୦୩୫ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୪୨୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।